ଅଶ୍ୱିନୀ ବ୍ରହ୍ମା

ଓଡ଼ିଆ ଅଭିନେତା

ଅଶ୍ୱିନୀ ବ୍ରହ୍ମା ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଏବଂ ମଞ୍ଚ ନାଟକରେ ଅଭିନୟ କରନ୍ତି । ସେ ପ୍ରଥମେ ବିଭିନ୍ନ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ୧୯୯୮ ମସିହାରେ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ଗଡ଼ବଡ଼ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଉଭୟ କଥାଚିତ୍ର ଏବଂ ଧାରାବାହିକ ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।[୧]

ଅଶ୍ୱିନୀ ବ୍ରହ୍ମା
୨୦୧୪ ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ଅଶ୍ୱିନୀ
ବୃତ୍ତି(ଓଡ଼ିଆ) ଅଭିନେତା
ସକ୍ରିୟ ବର୍ଷ୧୯୯୮ - ଏବେଯାଏଁ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଅଶ୍ୱିନୀ ବ୍ରହ୍ମା ପୁରୀ ଜିଲ୍ଲାର ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପରମାନନ୍ଦ ରାଜଗୁରୁ ଜଣେ ମଞ୍ଚ ଅଭିନେତା ଥିଲେ । ତାଙ୍କ ବାପାଙ୍କ ଯେତେବେଲେ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୟ କରୁଥିଲେ, ସେତେବେଳେ ସେ ନାଟକ ଦେଖିବାକୁ ଯାଉଥିଲେ ଏବଂ ଧୀରେ ଧୀରେ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ।[୧]

ଅଭିନୟ ଜୀବନ ସମ୍ପାଦନା

ଅଶ୍ୱିନୀ ପ୍ରଥମେ ଥିଏଟରରେ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ଶତାବ୍ଦୀର କଳାକାରରେ କାମ କରିବା ଆରମ୍ଭ କରିଥିଲେ । ସେ ଧୀର ମଲ୍ଲିକଙ୍କର ଏକ ନାଟକରେ ତାଙ୍କୁ ମିଳିଥିଲା ତାଙ୍କର ପ୍ରଥମ ମଞ୍ଚ ନାଟକ । ସେ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ କିଛି ନାଟକରେ ମଧ୍ୟ ଅଭିନୟ କରିଛନ୍ତି ।[୧][୨]

୧୯୯୮ ମସିହାରେ ଅଶ୍ୱିନୀ ଦୂରଦର୍ଶନ ଧାରାବାହିକ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଧାରାବାହିକ ଥିଲା ମୁଁ ଭଲପାଏ, ଯାହାର ନିର୍ଦ୍ଦେଶନା ଦେଇଥିଲେ ହରିଶ ମହାନ୍ତି । ଏହାପରେ ସେ ପାଖାପାଖି ୨୦ଟିରୁ ଅଧିକ ଧାରାବାହିକରେ ଅଭିନୟ କରିଛନ୍ତି ।

୨୦୧୩ ମସିହାରେ ଅଶ୍ୱିନୀ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ଗଡ଼ବଡ଼, ଯେଉଁଥିରେ ସେ ଦୁଇଟି ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହାପରେ ସେ ସୁପରଷ୍ଟାରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ମନ୍ତବ୍ୟ
୨୦୧୩ ଗଡ଼ବଡ଼ ଦୀପକ/ଦୀପା
ସୁପରଷ୍ଟାର

ଅଭିନୀତ ଧାରାବାହିକ ସମ୍ପାଦନା

ଧାରାବାହିକ ଚେନାଲ୍ ଭୂମିକା ମନ୍ତବ୍ୟ
ମୁଁ ଭଲପାଏ ପ୍ରଥମ ଧାରାବାହିକ
ଏ ଗପ ମଲା ଜହ୍ନର
ପ୍ରତିଘାତ
ସକାଳର ଅପେକ୍ଷାରେ
ସଞ୍ଜ ସଳିତା
ସଂସ୍କାର ଇ ଟିଭି ଓଡ଼ିଆ
ଶାମୁକା
ସିନ୍ଦୂର
ତୁଳସୀ ଇ ଟିଭି ଓଡ଼ିଆ ବିଭୁ
ଉଆଁସୀ କନ୍ୟା ତରଙ୍ଗ ଟିଭି
ସବୁ ଠିକ୍ ଠାକ୍ ଇ ଟିଭି ଓଡ଼ିଆ ଡାକ୍ତର ବାବୁ
ତୋ ଅଗଣାର ତୁଳସୀ ମୁଁ ସାର୍ଥକ ଟିଭି ବିଶୁ
ମାନିନୀ ସାର୍ଥକ ଟିଭି ଅର୍ଜୁନ ୨୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
ତାରା ତାରିଣୀ ତରଙ୍ଗ ଟିଭି

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Das, Rashmi Rekha (21 June 2018). "A Natural Actor". OrissaPOST (in English). Bhubaneswar. Archived from the original on 22 September 2020. Retrieved 22 September 2020.{{cite news}}: CS1 maint: unrecognized language (link)
  2. "କଳିଙ୍ଗ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା : ପରଧନର ମୋହ ଜୀବନ ନେଇଗଲା". ସମ୍ବାଦ. sambad.in. 5 February 2018. Retrieved 22 September 2020.

ବାହାର ଆଧାର ସମ୍ପାଦନା