ପୌରାଣିକ ମତେ ଧର୍ମଙ୍କ ଔରସରେ ବସୁ ଭାର୍ଯ୍ୟାଙ୍କ ଗର୍ଭରେ ଅଗ୍ନି ଜନ୍ମିଥିଲେ ୤ ଦକ୍ଷ କନ୍ୟା ସ୍ୱାହା ଓ ସ୍ୱଧା ଏହାଙ୍କର ଦୁଇ ଭାର୍ଯ୍ୟା ୤ ଏ ଦଶଦିଗପାଳଙ୍କ ମଧ୍ୟରେ ଅନ୍ୟତମ ଓ ଦକ୍ଷିଣପୂର୍ବ (ଅଗ୍ନି) କୋଣର ଅଧିପତି ଅଟନ୍ତି ୤ ଏହାଙ୍କ ବାହନ ଛାଗ ୤ ଏହାଙ୍କ ମୁଖରେ ଦିଆଯିବା ଘୃତକୁ ସମସ୍ତ ଦେବତା ଗ୍ରହଣ କରି ତୃପ୍ତ ହୁଅନ୍ତି ୤ ଅଗ୍ନିଦେବଙ୍କର ଦଶଗୋଟି ଅଙ୍ଗ ବା ଅବୟବ ଧୂମ୍ର; ଅର୍ଚ୍ଚି; ଋକ୍ଷ୍ମା; ଜ୍ୱଳିନୀ; ଜ୍ୱାଳିନୀ; ବିଷ୍ଫୁଲିଙ୍ଗିନୀ; ସୁଶ୍ରୀ; ସୁରୂପା; କପିଳା ଓ ହବ୍ୟକବ୍ୟକୁ ଅଗ୍ନିକଳା କୁହାଯାଏ ୤ ଅଗ୍ନିଙ୍କର ସପ୍ତଜିହ୍ୱା (କରାଳୀ, ଧୂମିନୀ, ଶ୍ୱେତା, ଲୋହିତା, ନୀଳଲୋହିତା, ପଦ୍ମରାଗା ଓ ସୁବର୍ଣ୍ଣା) ଥିବାର କଳ୍ପିତ ହୋଇଛି ୤

  • ମତାନ୍ତରେ ଏହା: କାଳୀ, କରାଳୀ, ମନୋଜବା, ସୁଲୋହିତା, ସୁଧୂସବର୍ଣ୍ଣା, ସ୍ଫୁଲିଙ୍ଗିନୀ ବା ଉଗ୍ରା, ବିଶ୍ୱନିରୂପିଣୀ ବା ବିଶ୍ୱନନ୍ଦା ବା ପ୍ରଦୀପ୍ତା ୤
  • ମତାନ୍ତରେ ବାୟୂ ଅଗ୍ନିର ୭ଗୋଟି ଜିହ୍ୱା: ଅବହ, ପ୍ରବହ, ଉଦବର୍ହ, ସଂବହ, ବିବହ, ନିବହ ଓ ପରିବହ ୤
  • କର୍ମବିଶେଷରେ ଏହି ସପ୍ତ ଜିହ୍ୱାଙ୍କର ନାମାନ୍ତର: ହରିଣ୍ୟା, କନକା, ରକ୍ତା, କୃଷ୍ଣା, ସୁପ୍ରଭା, ବହୁରୂପା ଓ ଅତିରିକ୍ତା
  • ଶ୍ୱେତ, ପୀତ, ରକ୍ତ, କୃଷ୍ଣ, ନୀଳ, ଧୂମ୍ର, ପାଟଳ
ଅଗ୍ନି
ଅଗ୍ନି ଦେବତା
ଉପାଧିଦେବତା
ସାଥିସ୍ୱାହା
ବାହନଛାଗ

ଅଗ୍ନିଦେବଙ୍କ ଔରସରେ ସ୍ୱାହାଙ୍କ ଗର୍ଭରୁ ଦକ୍ଷିଣ, ଗାର୍ହପତ୍ୟ ଓ ଆବବନୀୟ ନାମକ ୩ଟି ବୈଦିକ ଅଗ୍ନି ଜାତ ହେଲେ ୤ ବେଦୋକ୍ତ ପାଞ୍ଚଟି ଯଜ୍ଞାଗ୍ନି ଯଥା: ଅନ୍ୱାହାର୍ଯ୍ୟ, ପଚନ ବା ଗାର୍ହପତ୍ୟ, ଆହବନୀୟ, ସଭ୍ୟ ଓ ଅବସଥ୍ୟ ନାମ ତିନି ଗୋଟି ଯଜ୍ଞାଗ୍ନିକୁ ସାଗ୍ନିକମାନେ ଗୃହରେ ରକ୍ଷା କରନ୍ତି